ଧଣ୍ଡାମୁଣ୍ଡା ପଞ୍ଚାୟତର ନୂତନ ତୋରଣ ଉଦଘାଟିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତର ନବନିର୍ମିତ ସ୍ୱାଗତ ତୋରଣ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ରୂପେ ବିଡିଓ ରଶ୍ମିରଞ୍ଜନ ରାଉତ, ସମ୍ମାନିତ ଅତିଥିଭାବେ ଜିପିଇଓ ସୁଶାନ୍ତ କୁମାର ପାଣି, ସହକାରୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ, କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ କୁମ୍ଭାର ଓ ପିଇଓ ନିଳାମ୍ବର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ନଡ଼ିଆ ଭାଙ୍ଗି ଓ ନାଲି ଫିତା କାଟି ତୋରଣର ଉଦଘାଟନ କରିଥିଲେ । ଏହି ଅବସରରେ ୱାର୍ଡ ସଭ୍ୟସଭ୍ୟା ଓ ଜନସାଧାରଣ ଉପସ୍ଥିତ ଥିଲେ ।