ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆସନ୍ତାକାଲିଠୁ ମେ’ ୨ ପର୍ଯ୍ୟନ୍ତ ଛୁଟି ରହିବ । ପ୍ରବଳ ଖରାକୁ ଦୃଷ୍ଟିରୁ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କ୍ଲାସ ବନ୍ଦ ରହିଲେ ମଧ୍ୟ ହେବାକୁ ଥିବା ପରୀକ୍ଷା ଚାଲିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ପ୍ରଦାନ କରିଛନ୍ତି ।