ନୂତନ ଡାକ କାର୍ଯ୍ୟାଳୟ ଉଦଘାଟିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ଗୁରୁବାର ଏକ ନୂତନ ଡାକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ସମ୍ବଲପୁର ପୋଷ୍ଟମାଷ୍ଟର ଜେନେରାଲ ଲଲାଟେନ୍ଦୁ ପ୍ରଧାନ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଡାକ ଅଧୀକ୍ଷକ ମନୋଜ କୁମାର ନାୟକ, କମଳେନ୍ଦୁ ପଣ୍ଡା, ଝାରସୁଗୁଡା ଏସଆରଏମ ମଧୁ ମିର୍ଧା, ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତିଙ୍କ ସହ ବିମାନ ବନ୍ଦରର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।