ହାଇଡ୍ରୋକ୍ଲୋରୋକୁଇନକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହାଇଡ୍ରୋକ୍ଲୋରୋକୁଇନ ବଟିକାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହି ଔଷଧ ବ୍ୟବହାରର ପରିସର ବଢ଼ାଇ ଦେଇଛି।

ନୂଆ ଗାଇଡଲାଇନ ମୁତାବକ, କୋଭିଡ ସମେତ ଅଣକୋଭିଡ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ଏବେ ଏହି ଔଷଧ ବ୍ୟବହାର କରିପାରିବେ। ଏଥି ସହିତ କଣ୍ଟେନମେଣ୍ଟ ଏରିଆରେ କାର୍ଯ୍ୟରତ ପୁଲିସ କର୍ମଚାରୀ, ସର୍ଭେଲାନ୍ସ କର୍ମଚାରୀ, ଲ୍ୟାବରେ କାର୍ଯ୍ୟରତ କର୍ମଚାରଙ୍କୁ ଏହି ଔଷଧ ସେବନ କରିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କୋଭିଡ଼ ୧୯ ପାଇଁ ଗଠିତ ନ୍ୟାସନାଲ ଟାସ୍କ ଫୋର୍ସ ଦ୍ୱାରା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ସୁରକ୍ଷିତ ବ୍ୟବହାର ଉପରେ ସମୀକ୍ଷା କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।