କ୍ରୀଡା ଜଗତରେ ଜୋଡି ହେଲା ନୂଆ ଅଧ୍ୟାୟ, ପେ ଆଣ୍ଡ ପ୍ଲେ ଇନଡୋର ହଲ ଲୋକାର୍ପିତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡା ଜିଲ୍ଲା କ୍ରୀଡ଼ା ଜଗତରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ। ସ୍ଥାନୀୟ ପୁଲିସ ପଡିଆ ସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ନବ ନିର୍ମିତ ବହୁ ପ୍ରତୀକ୍ଷିତ ପେ ଆଣ୍ଡ ପ୍ଲେ ଇନଡୋର ହଲ ଲୋକାର୍ପିତ ହୋଇଯାଇଛି।

ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ନୂଆପଡା ଏନଏଏସି ଅଧିକାରୀ କର୍ଣ୍ଣ ସୁନା, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ସରୋଜ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଚନ୍ଦ୍ର ପଣ୍ଡା, ବିଜେପି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର, ବିଜେପି ବରିଷ୍ଠ ନେତା ହୋମ ସିଂ ମାଝୀ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।

ନୂଆପଡା ଏନଏସିଏଓ କର୍ଣ୍ଣସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଇଏପି ପାଣ୍ଠିରେ ବ୍ଲକ ପ୍ରଶାସନ ଜରିଆରେ ୧୯ ଲକ୍ଷ ଅଟକଳ ବ୍ୟୟରେ ପେ ଆଣ୍ଡ ପ୍ଲେ ଇନଡୋର ହଲ ନିର୍ମାଣ ହୋଇଛି ।