ଜଙ୍ଗଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, ପାଖରେ ପଡିଛି ବ୍ୟାଗ୍

ବାରିପଦା,ଏନ୍ଏନ୍ଏସ୍: ସଭ୍ୟ ସମାଜରେ ମଣିଷ ମାନବିକତା ହରାଇଛି। ଯାହାର ଲଜ୍ଜାଜନକ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନସ୍ଥ କୋଷ୍ଠା ଜଙ୍ଗଲରେ। କେହି ଜଣେ ନବଜାତ ଶିଶୁପୁତ୍ରକୁ ଜଙ୍ଗଲ ମଝିରେ ଏକ ବୁଦା ମୂଳରେ ଫିଙ୍ଗି ଦେଇଛନ୍ତି। ସ୍ଥାନୀୟ ଲୋକେ ଶିଶୁଟିକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତଦେହ ନିକଟରେ ଏକ ବ୍ୟାଗ ପଡ଼ିଥିବା ବେଳେ ସେଥିରେ ଜନ୍ମବେଳେ ବ୍ୟବହୃତ କିଛି ସାମଗ୍ରୀ ଓ ବର୍ଜ୍ୟବସ୍ତୁ ପଡିରହିଥିଲା।

କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଭଳି ସେଠାରେ ଫୋପାଡି ଦେଇଯାଇଛି ତାର କୌଣସି ଖବର ନାହିଁ। ଏଭଳି କି ନିକଟସ୍ଥ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏବାବଦରେ କୌଣସି ପଞ୍ଜୀକରଣ ତଥ୍ୟ ମିଳିନାହିଁ। ସ୍ଥାନୀୟ ଲୋକେ ଶୁଳିଆପଦା ଥାନାକୁ ଖବର ଦେବାପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।