ନୂତନ ଏଟିଏମ୍ ଉଦଘାଟିତ

କେନ୍ଦୁପାଟଣା,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବଜାରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦୁପାଟଣା ଶାଖାର ଗ୍ରାହକସେବା କେନ୍ଦ୍ର ପରିସରରେ ଆଜି ଏକ ନୂତନ ଏଟିଏମ୍ ସହ ଟଙ୍କା ଜମା ମେସିନ୍ ଉଦଘାଟିତ ହୋଇଛି। ସେବା କେନ୍ଦ୍ରର ପରିଚାଳକ ବଳଦେବ ସ୍ୱାଇଁଙ୍କ ପୌରୋହିତ୍ୟରେ ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁପାଟଣା ଶାଖା ପରିଚାଳକ ବିକ୍ରମ କେଶରୀ ପରିଡା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହିସେବା କେନ୍ଦ୍ରରେ ଉକ୍ତ ମେସିନ ଦ୍ୱାରା ଷ୍ଟେଟବ୍ୟାଙ୍କ, ସିଣ୍ଡିକେଟ କାନେରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମହେନ୍ଦ୍ରା କୋଟାକ୍ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ଓ ସାଉଥ୍ ଇଣ୍ଡିଆନ ବ୍ୟାଙ୍କ ମୋଟ ୮ ଟି ବ୍ୟାଙ୍କର ଜମା ଖାତାରେ ଟଙ୍କା ଜମା କରାଯାଇ ପାରିବେ ବୋଲି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବୁହାଳ ସେବାକେନ୍ଦ୍ରର ପରିଚାଳକ ପ୍ରମୋଦ ସ୍ୱାଇଁ, ବରିଷ୍ଠ ବ୍ୟବସାୟୀ ଶିବପ୍ରସାଦ ଷଡ଼ଙ୍ଗୀ, ପ୍ରକାଶ ମହାରଣା, କର୍ମଚାରୀ ଅଜୟ ପ୍ରଧାନ ଓ ବିନୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏହି ବଜାରରେ ଷ୍ଟେଟ୍ ବ୍ୟାଙ୍କର ୨ ଟି ଏଟିଏମ ଥିଲେ ମଧ୍ୟ ଏହି ତୃତୀୟ ଡିଜିଟାଲ ଏଟିଏମରେ ଟଙ୍କା ଜମାର ସୁବିଧା ଥିବାରୁ ରାତି ୧୦ ଟା ପର୍ଯ୍ୟନ୍ତ ଗ୍ରାହକମାନେ ଟଙ୍କା ଜମା କରିବାର ସୁବିଧା ପାଇବେ ବୋଲି ପରିଚାଳକ ଶ୍ରୀ ପରିଡା ପ୍ରକାଶ କରିଛନ୍ତି।