ମନ୍ତ୍ରୀଙ୍କ ତରଫରୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ଓ ଶୀତବସ୍ତ୍ର ବଣ୍ଟନ

କେନ୍ଦୁପାଟଣା,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନସ୍ଥ ସୁକରପଡ଼ାଠାରେ ଥିବା ଭୀମଭୋଇ ଦିବ୍ୟାଙ୍ଗ ଚାରିଟେବୁଲ ଫାଉଣ୍ଡେସନର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଅସୁରେଶ୍ୱର ପଞ୍ଚାୟତ ସମିତିସଭ୍ୟ ଅନନ୍ତରାମ ସିଂଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ଓଝା, ମୁଖ୍ୟବକ୍ତା ଭାବେ ସୋଡ୍ର ନିର୍ଦ୍ଦେଶିକା ମମତା ରାୟ, ସମ୍ମାନିତ ଅତିଥି ଭାବେ ଯୁବନେତା ଅଶୋକ କୁମାର ଓଝା, ପୂର୍ବତନ ସରପଞ୍ଚ ମୃତ୍ୟୁଞ୍ଜୟ ସ୍ୱାଇଁ, ସମାଜସେବୀ ଜ୍ୟୋତି ପ୍ରକାଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ଏଠାରେ ଅଧ୍ୟୟନରତ ୪୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ସମେତ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ଏହାଛଡା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଅରୁଣ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।