ଏଲପିଜି ଗ୍ୟାସ୍ ବିତରଣ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲା ରିଆମାଳସ୍ଥିତ ଜନସେବା କେନ୍ଦ୍ର-୧ ଦ୍ୱାରା ଏଲପିଜି ଗ୍ୟାସ ବିତରଣ ଶୁଭାରମ୍ଭ ହୋଇଛି। ଏଥିରେ କେନ୍ଦ୍ର ପରିଚାଳକ ଅସିତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତରଣୀ ସେନ ପ୍ରଧାନ, ଅତିଥି ଭାବେ ଈଶ୍ୱର ଚନ୍ଦ୍ର ବିଶ୍ୱାଳ, ଲିଟୁରାଜ ପ୍ରଧାନ, ବୁଧୂ ସ୍ୱାଇଁ, ପିଣ୍ଟୁ ସାହୁ, ରଞ୍ଜନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ୭୦ ଟି ପଞ୍ଚାୟତର ଜନସାଧାରଣଙ୍କୁ ଗ୍ୟାସ ସେବା ସ୍ଥାନୀୟ ଜନସେବା କେନ୍ଦ୍ର ଦ୍ୱାରା ଯୋଗାଇ ଦିଆଯିବ।