କରୋନା ମୁକାବିଲାରେ Nestle India: ଗରିବଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦେବା ସହ ପ୍ରଦାନ କଲା ୧୫ କୋଟି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ସହିତ ଲଢିବା ପାଇଁ ସମଗ୍ର ବିଶ୍ୱ ଏକାଠି ହେବାରେ ଲାଗିଛି । ପ୍ରତ୍ୟେକ ଲୋକ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ସଂପୂର୍ଣ୍ଣ ଦେଶ ୨୧ ଦିନ ପାଇଁ ଲକ୍‍ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରି ସ୍ଥିତିରେ ବିଭିନ୍ନ ବଡବଡ କମ୍ପାନୀ, ଶିଳ୍ପପତି, ଉଦ୍ୟୋଗୀ, ବଲିଉଡଷ୍ଟାର ଖଟିଖିଆ, ଗରିବଙ୍କ ପାଇଁ ପିଏମ୍‍ କେୟାର୍ସ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି । ଏହି ତାଲିକାରେ ଏବେ Nestle India ସାମିଲ ହୋଇଛି । ନେସଲେ କରୋନା ଲଢେଇରେ ସାମିଲ ହୋଇ ୧୫ କୋଟି ଟଙ୍କା ପ୍ରଦାନ କରିଛି।

ଏହାଛଡା Nestle India ଅସହାୟଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ମେଡିକାଲକୁ ଆବଶ୍ୟକ ଉପକରଣ ମଧ୍ୟ ଯୋଗାଇବାରେ ସହାୟତା କରିଛି । କମ୍ପାନୀ ଗୋଟେ କୋଟି ଟଙ୍କାର ଭେଣ୍ଟିଲେଟର କିଣି ଦିଲ୍ଲୀ ଏନସିଆର ହସପିଟାଲକୁ ଦେଇଥିବା ସୂଚନା ମିଳିଛି । ଏହାଛଡା ଗରିବ, ଅସହାୟଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ଜରୁରୀ ଜିନିଷ ପହଞ୍ଚାଉଛି । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଭାରତରେ ୩ ହଜାର ମାମଲା ରୁଜୁ ହୋଇଥିବା ବେଳେ ୬୮ ଜଣ ମୃତ୍ୟୁବରଣ କରିସାରିଲେଣି ।