ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧ଲକ୍ଷ ଟଙ୍କାର ଚେକ ଦେଲେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ

ପାଟଣାଗଡ଼,ଏନ୍ଏନ୍ଏସ୍: ବର୍ତ୍ତମାନ ସମଗ୍ର ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହି ପରିସ୍ଥିତିରେ ସାରା ଦେଶରେ ଭୟାନକ ବାତାବରଣ ସୃଷ୍ଟି ହୋଇଥିବାରୁ ତାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ସେଥିପାଇଁ ସର୍ବଭାରତୀୟ ବିଜେପି ସଭାପତି ଜେପି ନଡ୍ଡା ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଆର୍ଥିକ ସହାୟତା ଯୋଗାଇବାକୁ। ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଆଜି ୧ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏ ନେଇ ସାଧାରଣରେ ତାଙ୍କୁ ପ୍ରଶଂସା କରାଯାଇଛି।