ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଜେ ସାମ୍ବାଦିକଙ୍କ ବୈଠକ

ନୂଆପଡା,ଏଜେନ୍ସି: ଆଜି ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ନୂଆପଡାର ନବ ଗଠିତ ସାମ୍ବାଦିକ ସଂଘ ଏନଡିୟୁଜେର ସଦସ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବଗଠିତ ଏନଡିୟୁଜେର ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏନଡିୟୁଜେର ସଦସ୍ୟ ମାନଙ୍କ ଉତ୍ସାହ ଦେଖି ଖୁସି ବ୍ୟକ୍ତ କରି କିପରି ଭାବରେ ସଂଘ ନୀତି ନିୟମ ଭିତରେ ରହି ତାହାର କାର୍ଯ୍ୟକଳାପ ଜାରି ରଖୁ ବୋଲି ରାଜ୍ୟ ସଭାପତି ମତବ୍ୟକ୍ତ କରିଥିଲେ।

ଆଗାମୀ ଦିନରେ ବହୁତ ଅଳ୍ପଦିନ ଭିତରେ ଏନଡିୟୁଜେ ମାଓ ଅଧିକୃତ ଅଞ୍ଚଳର ସାମ୍ୱାଦିକ ମାନଙ୍କ ସୁରକ୍ଷାକୁ ନେଇ ଏକ ଦୁଇ ଦିନିଆ କର୍ମଶାଳା ଆୟୋଜନ କରିବାର ଅନୁରୋଧକୁ ଆଗ୍ରହର ସହିତ ମଞ୍ଜୁର କରାଯାଇଛି। ଯେଉଁଥିରେ କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାର ସାମ୍ୱାଦିକ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଆଜିର ଏହି ବୈଠକରେ ଓୟୁଜେର ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ଉପସଭାପତି କିଷାନ ରାଉତ, ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ବଲାଙ୍ଗିର ଜିଲ୍ଲା ସଭାପତି ଦୀପକ ବାବୁଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମଞ୍ଚାସୀନ ଥିବା ବେଳେ ନୂଆପଡ଼ା ଏନଡିୟୁଜେର ସୁଶାନ୍ତ କର, ଦେବଦାସ ପାଢ଼ୀ, କୁମର ମଣି ମହନନ୍ଦ, ପୁରୋହିତ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।