ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ସହରରେ ବ୍ରୁକଲିନ ସବବେ ଷ୍ଟେସନରେ ଜଣେ ଦୁର୍ବୁତ୍ତ ଅନେକ ଲୋକଙ୍କୁ ଫାୟରିଂ କରିଛି । ଫଳରେ ୧୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ପୁଲିସ ଅନେକ ବୋମା ଜବତ କରିଛି । ଖବର ପାଇ ପୁଲିସ ସନସେଟ ପାର୍କର ମେଟ୍ରୋ ଷ୍ଟେସନରେ ଯାଞ୍ଚ କରୁଛି । ଆକ୍ରମଣକାରୀ ଗ୍ୟାସ ମାସ୍କ ପିନ୍ଧିକି ଆସିଥିବା ନେଇ ନ୍ୟୁୟର୍କ ପୁଲିସ ସୂଚନା ପ୍ରଦାନ କରିଛି ।
ସ୍ଥାନୀୟ ମିଡିଆ ଅନୁସାରେ, ମଙ୍ଗଳବାର ସକାଳେ ସ୍ଥାନୀୟ ସମୟ ୮ଟା ୩୦ରେ ସନସେଟ ପାର୍କର ୩୬ତମ ମେଟ୍ରୋ ଷ୍ଟେସନରେ ଗୁଳି ଚାଳନା ହୋଇଥିଲା । ଘଟଣାସ୍ଥଳର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଉକ୍ତ ଫଟୋରେ ଲହୁ ଲୁହାଣ ହୋଇଥିବା ଲୋକ ଷ୍ଟେସନରେ ଚଟାଣରେ ପଡ଼ିଥିବା ଦେଖିବାକୁ ମିଳିଛି ।