ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡ଼ା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା । ଭାଗ୍ୟବଶତଃ କାଳ ବୈଶାଖୀ ମେଘ ପବନ କାରଣରୁ ବିଦ୍ୟୁତ କଟି ଯାଇଥିଲା । ସେହି ରାସ୍ତା ଦେଇ କିଛି ଲୋକ ଯାତାୟାତ କରୁଥିବା ବେଳେ ହଠାତ ଉକ୍ତ ଯୁବକକୁ ଦେଖିଥିଲେ । ଫଳରେ ଜଣେ ଯୁବକ ସାହସର ସହ ଯାଇ ଉକ୍ତ ଯୁବକଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ । ଉକ୍ତ ଯୁବକ ଜଣକ ଗଞ୍ଜୁଗୁଡ଼ା ଗ୍ରାମର ବୋଲି କହିଥିବାବେଳେ ଅତ୍ୟଧିକ ମଦ୍ୟପାନ କରି ଭୁଲରେ ନିଶାସକ୍ତ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପାଖକୁ ଚାଲି ଆସିଥିବା କହିଥିଲେ ।