ପାଟନା,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନରେ ୨୪୩ଟି ସିଟ୍ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆଉ ସକାଳ ୧୧ଟା ସୁଦ୍ଧା ମହାମେଣ୍ଟକୁ ପଛରେ ପକାଇ ଏନଡିଏ ଆଗରେ ରହିଛି।
ସକାଳ ୮ରୁ ଆରମ୍ଭ ହୋଇଥିବା ଭୋଟ ଗଣତିରେ ପ୍ରଥମେ ମହାମେଣ୍ଟ ଆଗୁଆ ରହିଥିଲା। ଏବେସୁଦ୍ଧା ଏନିଡିଏ ୧୨୩ଟି ସିଟରେ ଆଗୁଆ ରହିଥିବାବେଳେ ମହାମେଣ୍ଟ ୧୦୬ଟି ସିଟ୍ରେ ରହିଛି। ଟ୍ରେଣ୍ଡରେ ଏନଡିଏ ବହୁମତ ହାସଲ କରିସାରିଛି। ମହାମେଣ୍ଟରେ ସାମିଲ ହୋଇଥିବା କଂଗ୍ରେସର ପ୍ରଦର୍ଶନ ନିରାଶଜନକ ରହିଛି। ସେଥିପାଇଁ ମହାମେଣ୍ଟ ପଛରେ ଚାଲିଛି।