ପୋଷ୍ଟାଲ ବାଲାଟ୍ ଗଣତିରେ ବିଜେଡି ଆଗୁଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନର୍ବାଚନର ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ରହିଛି। ବାଲେଶ୍ୱରରେ ପୋଷ୍ଟାଲ ବାଲାଟ ସହ ପ୍ରଥମ ରାଉଣ୍ଡରେ ମୋଟ ୭୧୮୪ ଭୋଟ ଗଣତି ହୋଇଛି। ସେଥିମଧ୍ୟରୁ ବିଜେଡିକୁ ୩୪୨୭, ବିଜେପିକୁ ୨୮୧୨ ଓ କଂଗ୍ରେସକୁ ୯୦୦ଟି ଭୋଟ ମିଳିଛି। ଅନ୍ୟପଟେ ତିର୍ତ୍ତୋଲରେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୮୬୭, ବିଜେପିକୁ ୪୫୫୭ ଓ କଂଗ୍ରେସକୁ ୧୦୫୭ ଭୋଟ ମିଳିଛି।