୯୮୭ ନୂଆ କରୋନା ପଜିଟିଭ ଚିହ୍ନଟ : ୧୩ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୯୮୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭୨ଜଣ ଓ ସ୍ଥାନୀୟ ସଂକ୍ରମଣ ୪୧୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩ ହଜାର ୭୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୦୭, ଖୋର୍ଦ୍ଧା ଓ ଅନୁଗୁଳରୁ ୮୬ ଲେଖାଏଁ, କଟକରୁ ୮୫, ମୟୁଭଞ୍ଜରୁ ୮୪, କେନ୍ଦ୍ରାପଡ଼ାରୁ ୬୦, ଜଗତସିଂହପୁରରୁ ୪୫, ବଲାଙ୍ଗିରରୁ ୪୩ ଓ ନୂଆପଡ଼ା ଜିଲ୍ଲାରୁ ୪୧ ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସମ୍ବଲପୁର ଓ ମୟୁରଭଞ୍ଜରୁ ୩ ଲେଖାଏଁ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ ୨ ଲେଖାଏଁ, ବାଲେଶ୍ୱର, ବରଗଡ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୪୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୯ଲକ୍ଷ ୮୪ ହଜାର ୫୫୦ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩ ହଜାର ୭୮୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୨ଲକ୍ଷ ୮୮ ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି, ୧୪୫୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୩୧ ହଜାର ୧୩୧ ଜଣ ଚିକିତ୍ସିତ ହେଉଛନ୍ତି।