ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ଏନସିବିର ଡାକରା

ନୂଆଦିଲ୍ଲୀ: ବଲିଉଡର ଡ୍ରଗ୍ସ ଲିଙ୍କ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ସମନ ଜାରି କରାଯାଇଛି। ଦୀପିକା ଆସନ୍ତା ୨୫ ତାରିଖରେ ଏନସିବି ସମ୍ମୁଖରେ ହାଜର ହେବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆସନ୍ତାକାଲି ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦିଆଯାଇଥିବା ନାମ ଅନୁସାରେ ଅଭିନେତ୍ରୀ ରକୁଲପ୍ରୀତ ସିଂ ଓ ଫ୍ୟାସନ ଡିଜାଇନର ସିମନ ଖମ୍ବାଟାଙ୍କୁ ଏନସିବି ପକ୍ଷରୁ ଜେରା କରାଯିବ।

ସୂଚନାଯୋଗ୍ୟ, ଦୀପିକା ବର୍ତ୍ତମାନ ସମୟରେ ଗୋଆରେ ଅଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି ଦୀପିକା ଏବେ ୧୨ଜଣ ଓକିଲଙ୍କ ସହ ଏ ସମସ୍ୟାର ମୁକାବିଲା କରିବା ପାଇଁ ଆଲୋଚନା କରୁଛନ୍ତି। ଦୀପିକା ସୁଟିଂ କରିବା ପାଇଁ ଗୋଆ ଯାଇଥିଲେ।