୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପର ଲଗୋ ଓ ଟ୍ରଫି ଉନ୍ମୋଚନ କଲେ ନବୀନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପର ଲଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୧ରୁ ୩୦ ମଧ୍ୟରେ ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ ଆୟୋଜିତ ହେବ । ଏଥିସହିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧, ୧୪ ଓ ୧୭ରେ ମ୍ୟାଚ ଖେଳାଯିବ।