ବ୍ରିଟେନର ନୂଆ ରାଜା ହେଲେ ଚାର୍ଲସ ତୃତୀୟ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିଧନ ପରେ ତାଙ୍କ ପୁଅ ଚାର୍ଲସ ତୃତୀୟ ରାଜା ହୋଇଛନ୍ତି। ଏଥିସହିତ ରାଜା ଚାର୍ଲସଙ୍କ ପତ୍ନୀ କେମିଲୀ ପାର୍କରଙ୍କୁ କ୍ୱିନ୍ କନସର୍ଟ ଉପାଧି ଦିଆଯାଇଛି । ଏହି ଅବସରରେ ଲଣ୍ଡନର ସେଣ୍ଟ ଜେମ୍ସ ପେଲେସରେ ପ୍ରିନ୍ସ ଅଫ୍ ବେଲ୍ସ ୱିଲିୟମ ଓ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପୁରୁଣା ପରମ୍ପରାକୁ ଭାଙ୍ଗି ପ୍ରଥମଥର ପାଇଁ ଅଧିଗ୍ରହଣ ପରିଷଦକୁ ଟିଭିରେ ପ୍ରସାରଣ କରାଯାଇଥିଲା ।

ରାଜା ହେବା ପରେ କିଙ୍ଗସ ଚାର୍ଲସ ତୃତୀୟ କହିଛନ୍ତି ଯେ, ମୋ ପ୍ରିୟର ମା’, ଆମ ମହାରାଣୀଙ୍କ ନିଧନ ଘୋଷଣା କରିବା ହେଉଛି ମୋ ଜୀବନର ଦୁଃଖଦ କର୍ତ୍ତବ୍ୟ । ଆମ ସମସ୍ତଙ୍କ ସହ ହୋଇଥିବା ଏହି ଅପୂରଣୀୟ କ୍ଷତିରେ ଆପଣ ମୋ ସହ କେତେ ଗଭୀର ସହାନୁଭୂତି ରଖିଛନ୍ତି ତାହା ମୁଁ ବୁଝୁଛି ।