ଚତୁର୍ଥ ଦିନରେ ଭାରତ ଯୋଡ଼ୋ ଯାତ୍ରା: କନ୍ୟାକୁମାରୀର ମୁଲାଗୁମୁଦୁରୁ ଆଗକୁ ବଢ଼ିଲା ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଏହି ପଦଯାତ୍ରାର ଶୁଭାରମ୍ଭ କନ୍ୟାକୁମାରୀର ମୁଲାଗୁମୁଦୁରୁ କରିଛନ୍ତି । ଏହି ସମୟରେ ରାହୁଲଙ୍କ ସହ ଅନେକ କଂଗ୍ରେସ ନେତା ଓ ଲୋକଙ୍କ ଭିଡ଼ ଜମିଥିଲା । କଂଗ୍ରେସ ଏହି ଯାତ୍ରାକୁ ବ୍ୟାପକ ଜନସମ୍ପର୍କ ଅଭିଯାନ କହିଛି ।

ସୂଚନାଯୋଗ୍ୟ, କଂଗେସ ପାର୍ଟି ରାହୁଲ ଗାନ୍ଧୀଙ୍କ ସମେତ ୧୧୯ ନେତାଙ୍କୁ ‘ଭାରତ ଯାତ୍ରୀ’ ନାମରେ ନାମିତ କରିଛି । ଏହି ପଦଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବାବେଳେ କଶ୍ମୀରରେ ସରିବ । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସେପ୍ଟେମ୍ବର ୧୯ରୁ ୨୨ ମଧ୍ୟରେ କେରଳରେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ ବୋଲି ସୂଚନା ମିଳିଛି ।