ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ। କରୋନା ଭୂତାଣୁ ପାଇଁ କେଉଁଠି ନା କେଉଁଠି କରୋନା କଟକଣା ଲାଗିରହିଛି। ଫଳରେ ସାଧାରଣ ଜୀବନ ଯିଇଁବା କଷ୍ଟକର ହୋଇପଡ଼ିଛି।
ଏହାକୁ ୮ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିବେଦନ କରାଯାଇଛି। କେବଳ ଏତିକି ନୁହେଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ୍ ଥିବା ମଧ୍ୟ ଚିଠିରେ ଦର୍ଶାଇଛନ୍ତି ନବୀନ ଏବଂ ୭ ମାସ ମାଗଣାରେ ଏହି ଯୋଜନା ମାଧ୍ୟମରେ ରାସନ ସାମଗ୍ରୀ ଯୋଗାଇ ଦେଇଥିବାରୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି। ନଭେମ୍ବର ୫ ସୁଦ୍ଧା ଏନଏଫଏସଏ ହିତାଧିକାରୀ ୭ ମାସର ମାଗଣା ରାସନ ପାଇ ସାରିଛନ୍ତି। ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଏହି ସୀମା ଆଉ ୮ ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।