ବିକ୍ରି ପାଇଁ ଡ଼ିଲ୍ ଚାଲିଥିବା ବେଳେ ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଅଟକ

କଣ୍ଟାମାଳ,ଏନ୍ଏନ୍ଏସ୍: ବିକ୍ରି ପାଇଁ ଡ଼ିଲ୍ ଚାଲିଥିବା ବେଳେ ଜବତ ହେଲା କଲରାପତରିଆ ବାଘଛାଲ। ବୌଦ୍ଧ-କନ୍ଧମାଳ କଣ୍ଟାମାଳ ରେଞ୍ଚ ଲଣ୍ଡା ଗାଁରୁ ବନବିଭାଗ ଓ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରୁ ଧରାପଡ଼ିଛି। ବିକ୍ରି ଉଦ୍ୟମ କରୁଥିବା ପରୁ ଘାଟା ଗାଁର ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

ଏହି ଡ଼ିଲ୍ ପାଇଁ ବନ ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା, ଫଳରେ ଯୋଜନାବଦ୍ଧ ଭାବେ ଚଢ଼ଉ କରିଥିଲା ବନ ବିଭାଗର ଦୁଇ ଜଣିଆ ଟିମ୍। ଖବର ଅନୁସାରେ ରାଜ୍ୟରେ ଦିନକୁ ଦିନ ଜଙ୍ଗଲ ମାଫିଆଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଲୋପ ପାଇବାରେ ବସିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା। ଏହାର ସୁରକ୍ଷାକୁ ନେଇ ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।