ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି “ଜଣଗଣନା ପ୍ରଶିକ୍ଷଣ” କାର୍ଯ୍ୟ। ଜନଗଣନା କିପରି ବିଏମସି ଅଚଂଳରେ ସୁରୁଖୁରୁରେ ହୋଇପାରିବ ସେନେଇ ସମସ୍ତ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଉଛି।
ଆଜିଠାରୁ ନିଗମ ଅଞ୍ଚଳକୁ କେତୋଟି ଏନୁମରେସନ ବ୍ଲକରେ ବିଭକ୍ତ କରାଯିବ, ସର୍ଭେ କିପରି କରାଯିବ, ଏହାର ମାପକାଠି କିପରି ରହିବ, ସେନେଇ ୮ ଜଣ ଚାର୍ଜ ଅଫିସରଙ୍କ ସମେତ ଅମିନ, ସର୍ଭେ ଆସିଷ୍ଟାଣ୍ଟ ଇତ୍ୟାଦିଙ୍କ ପାଇଁ ମୋଟ ୫୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ଆବଶ୍ୟକୀୟ ବୈଠକ, ପ୍ରଶିକ୍ଷଣ ଏବଂ କ୍ଷେତ୍ର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନର ସଞ୍ଜୟ କୁମାର ସିଂହ। ନଭେମ୍ବର ୩୦ ତାରିଖ ସୁଦ୍ଧା ଚାର୍ଜ ରେଜିଷ୍ଟର କରିବାକୁ ଧାର୍ଯ୍ୟ ହୋଇଛି।