ମା’ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ବଲାଙ୍ଗୀର,ଏନ୍ଏନ୍ଏସ୍: ଆଜି ହେଉଛି ସଂସ୍କୃତିର ଆଦି ପର୍ବ ତଥା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। କରୋନା କଟକଣା ସତ୍ତେ୍ୱ ଉତ୍ସାହର ସହ ସମଗ୍ର ଜିଲ୍ଲାରେ ପାଳିତ ହୋଇଯାଇଛି ଏହିପର୍ବ। ଲଗ୍ନ ଅନୁସାରେ ସକାଳ ୯.୩୨ ରୁ ୧୦.୨୧ ମଧ୍ୟରେ ଇଷ୍ଟଦେବୀ ମା’ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ମା’ଙ୍କ ପାଖରେ ନବାନ୍ନ ଲାଗି ହେଲାପରେ ପ୍ରତ୍ୟେକ ପରିବାରର ମୁଖ୍ୟମାନେ ନିଜ ନିଜ ଘରେ ତାଙ୍କ ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ କରିଥିଲେ। ଏହାପରେ ସମସ୍ତେ ମିଶି ଏକା ସାଙ୍ଗରେ ନବାନ୍ନ ଭୋଜନ କରିଥିଲେ ।