ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୮୫ ଜଣ କୋରନା ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୮୦କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳର ୪୫ ଜଣ ଥିବାବେଳେ ବାଲିମେଳା ଏନଏସିର ୯ ଜଣ, ଖଇରପୁଟ ବ୍ଲକର ୫ ଜଣ, ମାଥିଲି ବ୍ଲକର ୬ ଜଣ, ଚିତ୍ରକୋଣ୍ଡା ବ୍ଲକର ୧୨ ଜଣ, କୋରୁକୋଣ୍ଡା ବ୍ଲକର ଜଣେ ଓ କାଲିମେଳା ବ୍ଲକର ୭ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧୪୦ ଜଣ ସୁସ୍ଥହୋଇ ଫେରିଛନ୍ତି ଏବଂ ୬୩୬ ଜଣ ଚିକିତ୍ସାଧୀନ ରହିଛନ୍ତି।