ରଞ୍ଜନ ଗୋଗୋଇ ହୋଇପାରନ୍ତି ଆସାମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଦିଶପୁର,ଏଜେନ୍ସି: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସାମରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। କଂଗ୍ରେସ ନେତା ତରୁଣ ଗୋଗୋଇ ମିଡିଆକୁ ଏକଥା କହିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମୋତେ ଖବରମିଳିଛି ଯେ, ରଞ୍ଜନ ଗୋଗୋଇ ବିଜେପିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ତାଙ୍କୁ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦଳ ମଇଦାନକୁ ଓହ୍ଲାଇବ। ଅଯୋଧ୍ୟା ରାମ ମନ୍ଦିର ନିଷ୍ପତ୍ତିକୁ ନେଇ ବିଜେପି ଗୋଗୋଇଙ୍କ ଉପରେ ଖୁସି ଥିବାରୁୁ ତାଙ୍କୁ ଦଳରେ ସାମିଲ କରିବ ବୋଲି ତରୁଣ ଗୋଗୋଇ କହିଛନ୍ତି।

ପ୍ରକାଶ ଯେ, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ହେଉଛନ୍ତି ରଞ୍ଜନ ଗୋଗୋଇ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଗୋଇ ଅଯୋଧ୍ୟା ଜମି ବିବାଦ, ରାଫେଲ ଯୁଦ୍ଧ ବିମାନ ଏବଂ ସାବରିମାଳାରେ ମହିଳାଙ୍କ ପ୍ରବେଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇଥିଲେ।