ଦେବଗଡ଼,ଏନ୍ଏନ୍ଏସ୍: ହକି ଯାଦୁଗର ଧ୍ୟାନଚନ୍ଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲା କ୍ରୀଡା ବିଭାଗ ଏବଂ ଉତ୍କଳ ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶଙ୍କର ପ୍ରସାଦ ଅଧିକାରୀ, ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ନାୟକ, ଉପସଭାପତି ସତ୍ୟନାରାୟଣ ମିଶ୍ର, ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ପ୍ରଦୀପ କୁମାର ଛତ୍ରିଆଙ୍କ ସମେତ କ୍ରୀଡା ସଂସଦର ବହୁ ସଦସ୍ୟ ମହାନ କ୍ରୀଡ଼ାବିତ ଧ୍ୟାନଚନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଧ୍ୟାନଚନ୍ଦଙ୍କ ଜୀବନୀ ଏବଂ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
