ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷିତ: ଶରତ କମଲଙ୍କୁ ଖେଳରତ୍ନ ଓ ଦୀପଗ୍ରେସଙ୍କୁ ଅର୍ଜୁନ

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ ପାଇଁ ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ ପାଇଁ ଚୟନ କରାଯାଇଛି । ସେହିପରି ଓଡ଼ିଆ ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କ ସମେତ ୨୫ଜଣଙ୍କୁ ଅର୍ଜୁନ ଆୱାର୍ଡ ମିଳିବ । ୪ଜଣ ଖେଳାଳିଙ୍କୁ ଧ୍ୟାନଚାନ୍ଦ ଆୱାର୍ଡ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି । ଏଥିସହିତ ୭ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନିତ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୩୦ରେ ସମସ୍ତ ଖେଳାଳି ଓ କୋଚଙ୍କୁ ପୁରସ୍କାର ପ୍ରଦାନ କରିବେ ।