ଆଉଟସୋର୍ସିଂ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ବ୍ଲକରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିଛନ୍ତି । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରି କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଠିକା ନିଯୁକ୍ତିକୁ ସରକାର ଉଠାଇ ଦେଇଥିଲେ ବି ଆଉଟସୋର୍ସିଂ କର୍ମଚାରୀଙ୍କୁ ଏଥିରେ ସାମିଲ କରିନଥିବାରୁ ଦେଓଗାଁ ବ୍ଲକର ଆଉଟସୋର୍ସିଂ କର୍ମଚାରୀ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।