ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଖେଳ ଜଗତରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଜାତୀୟ କ୍ରୀଡ଼ା ପୁରସ୍କା ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରତ କମଲଙ୍କୁ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିସହିତ ୨୫ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି । ଏଥିରେ କୁସ୍ତି, ବ୍ୟାଡମିଣ୍ଟନ ସହ ଅନ୍ୟ ଆଥଲେଟ ମଧ୍ୟ ସାମିଲ ଥିଲେ । ଖାସ୍ କଥାଟି ହେଲା, ଉଭୟ କ୍ୟାଟେଗରୀରେ କୌଣସି କ୍ରିକେଟରଙ୍କୁ ସ୍ଥାନ ମିଳିନାହିିଁ । କିନ୍ତୁ କ୍ରିକେଟର ରୋହିତ ଶର୍ମାଙ୍କ କୋଚ୍ ଦିନେଶ ଲାଡଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି । କୁସ୍ତିଯୋଦ୍ଧା କୋଚ୍ ରାଜ ସିଂହ ଓ ବକ୍ସିଂ କୋଚ୍ ମହମ୍ମଦ ଅଲ୍ଲୀଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ମିଳିଥିବା ଜଣାପଡ଼ିଛି ।