କୁଲତା ସମାଜର ଧର୍ମଶାଳା ପାଇଁ ୧ ଏକର ଜାଗା ଓ ୩ କୋଟି ଟଙ୍କା ମଞ୍ଜୁର

ପୁରୀ,ଏନ୍‌ଏନ୍‌ଏସ୍‌: ପୁରୀରେ କୁଲତା ସମାଜର ଧର୍ମଶାଳା ପାଇଁ ୧ ଏକର ଜାଗା ଓ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହି ଜାଗା ପୁରୀର ସୁନାମୁହିଁ ମଉଜାରେ ଦିଆଯାଇଛି । ଏନେଇ ଗତ ୨୮ ତାରିଖରେ କୁଲତା ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ ।