ପୁଣି ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ମାମଲା

କଟକ,ଏନ୍‌ଏନ୍‌ଏସ୍‌: ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ଦାୟର ହୋଇଛି । କିଛି ପରୀକ୍ଷାର୍ଥୀଙ୍କ ପକ୍ଷରୁ ସାନି ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ଚୟନ ପାଇଁ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ଅପଲି ହୋଇଛି । ଏଥିସହିତ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ମଧ୍ୟ ଦାବି କରାଯାଇଛି । ଅନ୍ୟପଟେ ଓପିଏସିକୁ ଆବେଦନ କପି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୨ରେ ହେବ ।