ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ରେ ସାମ୍ବାଦିକ ସଂଘ ଓ ଓୟୁଜେ ମିଳିତ ଭାବେ ସ୍ଥାନୀୟ ଏନଏସିର ସଭାକକ୍ଷରେ ପ୍ରେସ ଦିବସ ପାଳନ କରିଛନ୍ତି । ଏଥିରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଉପଖଣ୍ଡ ପୁଲିସ ମଣ୍ଡଳ ଅଧିକାରୀ ଜ୍ୟୋର୍ତିମୟ ଭୁୁକ୍ତା ଓ ସମ୍ମାନିତ ଅତିଥିଭାବେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତ ଯୋଗ ଦେଇଥିଲେ । ପ୍ରଥମେ ପାଟଣାଗଡ଼ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ସଦାଶିବ ସରାଫ ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୁକ୍ତା ପ୍ରେସ ସ୍ୱାଧୀନତା ସାମ୍ବାଦିକଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ମହନ୍ତ ସମସ୍ତ ସାମ୍ବାଦିକଙ୍କୁ ଅଭିନନ୍ଦନ ଜଣାଇବା ସହ ସହଯୋଗ କାମନା କରିଥିଲେ । ଶେଷରେ ଅଭୟ ତ୍ରିପାଠୀ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରହ୍ଲାଦ ପାଢ଼ୀ, ବଂଶୀଧର ସେଠ, ପ୍ରବୀଣ ପୁରୋହିତ, ଦିଲ୍ଲୀପ ଭୋଇ, ବିମଲ ବାଗ ଓ ତାପସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।