ଭାରତ ପରେ ନାଇଜେରିଆରେ ଦବଦବା ଜାହିର କରିବ ‘କୁ’

ନୂଆଦିଲ୍ଲୀ: ବହୁଭାଷୀ ମାଇକ୍ରୋବ୍ଲୋଗିଙ୍ଗ ପ୍ଲାଟଫର୍ମ ‘କୁ’ ଭାରତ ପରେ ନାଇଜେରିୟାର ଦେଶୀ ଭାଷାରେ ନିଜକୁ ଉପସ୍ଥାପିତ କରିବାକୁ ଯାଉଛି । ବର୍ତ୍ତମାନ ଇଂରାଜୀ ନାଇଜେରିୟାର ଅଧିକାରିକ ଭାଷା ହୋଇଥିବାରୁ ‘କୁ’ ଏହି ଭାଷାରେ ଉପଲବ୍ଧ । କିନ୍ତୁ ଆଫ୍ରିକୀୟ ଲୋକଙ୍କୁ ନିଜ ମାତୃଭାଷା ସହ ଯୋଡ଼ିବା ପାଇଁ ଖୁବଶୀଘ୍ର ମୂଳ ଭାଷା ଆଧାରରେ ଉପସ୍ଥାପନ କରାଯିବ । ଏହି ପ୍ଲାଟଫର୍ମ ନାଇଜେରିୟାରେ ଧୀରେ ଧୀରେ ବିକଶିତ ହେଉଛି କାରଣ ଏହା ଭାରତ ଭଳି ନାଇଜେରିୟାବାସୀଙ୍କୁ ମଧ୍ୟ ବିଭିନ୍ନ ଭାଷାରେ ଉପଲବ୍ଧ କରାଇବ ।

ସୂଚନାଯୋଗ୍ୟ, ‘କୁ’ ହେଉଛି ଭାରତର ଏକ ସ୍ୱଦେଶୀ ଆପ୍ । ‘କୁ’ ଆପ୍ ହିନ୍ଦୀ, ତେଲୁଗୁ, କନ୍ନଡ, ତାମିଲ, ମରାଠୀ, ବଙ୍ଗାଳି, ଅସାମିଆ, ଗୁଜରାଟୀ ଓ ଇଂରାଜୀରେ ସହଜ କଥାବାର୍ତ୍ତାର ସୁବିଧା ପ୍ରଦାନ କରିଥାଏ । ଆଗାମୀ ଦିନରେ ଆହୁରି ଅନେକ ଭାଷା ଏହି ପ୍ଲାଟଫର୍ମରେ ଲଞ୍ଚ ହେବ ବୋଲି ଜଣାପଡ଼ିଛି ।