କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜେଏମଏଫସି କୋର୍ଟ ପରିସରରେ ଆସନ୍ତା ୧୩ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ଚେକ ବାଉନ୍ସ, ଋଣ ଅନାଦେୟ ମାମଲା, ରାଜସ୍ୱ ତଥା ଜମିଜମା ମାମଲା ବିଚାର ବିଭାଗୀୟ ଅଦାଲତରେ ଆଗତ କରାଯିବ । ଯେଉଁ ବ୍ୟକ୍ତିମାନେ ଅପୋଷ ସମାଧାନ ଚାହୁଁଛନ୍ତି ସେହି ବ୍ୟକ୍ତିମାନେ ଅଦାଲତରେ ଆଗୁଆ ଆବେଦନ କରି ଏହାର ସୁଯୋଗ ଉଠାଇ ପାରିବେ ବୋଲି କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଧନଞ୍ଜୟ ନାୟକ ସୂଚନା ଦେଇଛନ୍ତି । ଏଥିସହିତ ଯେଉଁମାନଙ୍କର କୌଣସି କୋର୍ଟ କଚେରୀ ମାମଲା ବିଚାରଧୀନ ଅଛି କିମ୍ବା କାହା ସହିତ ବିବାଦ ରହିଛି, ପ୍ରାକ ମୋକଦ୍ଦମା ଦାୟର ଓ ସମାଧାନ ଚାହୁଁଥିବେ ସେମାନେ ନିକଟସ୍ଥ ତାଲୁକ ଆଇନ ସେବା ସମିତି କାର୍ଯ୍ୟାଳୟରେ ଏକ ନିର୍ଦ୍ଧାରିତ ଫର୍ମ ଆବେଦନ କରି ଏହାର ସୁଯୋଗ ଉଠାଇପାରିବେ । ଉକ୍ତ ଲୋକ ଅଦାଲତ ଫଇସଲା ପାଇଁ କୌଣସି ଖର୍ଚ୍ଚ ପଡ଼େନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ ଓ ବୈଧ ଅଟେ । ନିଜ ନିଜ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ମୋକଦ୍ଦମାର ସହଜ ନିସ୍ତାର, ନିଜ ନିଜ ମଧ୍ୟରେ ଥିବା ପ୍ରାକ ମୋକଦ୍ଦମାର ସମାଧାନ, ଆର୍ôଥକ ଖର୍ଚ୍ଚ ଓ ସମୟର ଅପଚୟ ଏହି ସୁଯୋଗ ଉଠାଇବା ପାଇଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।