ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଅଲ କାଦିର ଟ୍ରଷ୍ଟ ସହ ଜଡ଼ିତ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି । ଲାଞ୍ଚ ନେବା ମାମଲାରେ ଇମ୍ରାନ ଆଜି ଅଦାଲତରେ ହାଜର ହୋଇଥିବା ସମୟରେ ତାଙ୍କୁ ପାକିସ୍ତାନ ରେଞ୍ଜର ଗିରଫ କରିଛି । ଏନେଇ ଇମ୍ରାନଙ୍କ ଓକିଲ ଫେସଲ ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି। ଇମ୍ରାନଙ୍କ ଗିରଫଦାରୀ ପରେ ପୁଲିସ ୧୪୪ ଧାରା ଜାରି କରିଛି । ଆଉ ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଇମ୍ରାନଙ୍କ ଗିରଫଦାରୀକୁ ବିରୋଧ କରି ପିଟିଆଇ କାର୍ଯ୍ୟକର୍ତ୍ତା ସିନ୍ଧୁ ରାଜମାର୍ଗରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରିଛନ୍ତି ।