ଜାତୀୟ କ୍ରୀଡା ୨୦୨୨: ଫାଇନାଲରେ ଓଡିଶା ମହିଳା ଫୁଟବଲ ଟିମ୍, ପଦକ ପକ୍କା

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶା ମହିଳା ଫୁଟବଲ ଟିମର ଦମଦାର ପ୍ରଦର୍ଶନ । ଗୁଜୁରାଟରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡା ଫାଇନାଲରେ ପ୍ରବେଶ କରିଛି ଓଡିଶା ମହିଳା ଫୁଟବଲ ଟିମ୍ । ଏହା ସହ ପଦକ ପକ୍କା କରିଛି ଦଳ । ସେମିଫାଇନାଲରେ ତାମିଲନାଡୁକୁ ୩-୦ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଦଳ ।

କ୍ବାର୍ଟର ଫାଇନାଲରେ ଗୁଜୁରାଟକୁ ୧୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଦ୍ବିତୀୟ ସେମି ଫାଇନାଲରେ ତାମିଲନାଡୁକୁ ଭେଟିଥିଲା ଓଡିଶା । ଅନୁଷ୍ଠିତ ସେମି ମୁକାବିଲାରେ ତାମିଲନାଡୁକୁ ୩-୦ ଗୋଲରେ ହରାଇଛି ଓଡ଼ିଶା ମହିଳା ଦଳ । ଏହା ସହ ଫାଇନାଲରେ ପ୍ରବଶେ କରିଛି ଟିମ୍ । ଏହାସହ ଜାତୀୟ କ୍ରୀଡାରେ ପଦର ପକ୍କା କରିଛି ଦଳ । ଆସନ୍ତାକାଲି ( ସୋମବାର) ଫାଇନାଲରେ ମଣିପୁରକୁ ଭେଟିବ ଓଡିଶା ।

ପ୍ରଥମରୁ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ଗୋଲ୍‌ କରି ଖାତା ଖୋଲିବା ଲକ୍ଷ୍ୟରେ ଥିଲେ ଦୁଇ ଦଳ । ତାମିଲନାଡୁ ଗୋଟିଏ ବି ଗୋଲ କରି ପାରିନଥିଲା । ପେନାଲ୍ଟି ସୁଟଆଉଟରେ ଓଡିଶା ୩-୦ ଗୋଲରେ ତାମିଲନାଡୁକୁ ପରାସ୍ତ କରିଛି । ବିଜୟ ସହ ଓଡିଶା ଫାଇନାଲରେ ପ୍ରବେଶ କରିଛି ।

କ୍ବାର୍ଟରରେ ଗୁଜୁରାଟକୁ ଗୋଲ କରିବାକୁ ସୁଯୋଗ ଦେଇ ଦେଇନଥିଲା ଓଡିଶା । ପ୍ରଥମାର୍ଦ୍ଧରେ ୭ଟି ଓ ଦ୍ବିତୀୟର୍ଦ୍ଧରେ ୪ଟି ଗୋଲ କରିଥିଲା ଓଡିଶା । ଖାତା ଖୋଲି ପାରିନଥିଲା ଗୁଜୁରାଟ ।