ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହେଉଛି। କଂଗ୍ରେସ ଜିଲ୍ଲା ସଭାପତି ଉମା ଶଙ୍କର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ପରିସରରେ କଂଗ୍ରେସର ଦଳୀୟ ପତାକା ଉତ୍ତୋଳନ ପରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।
ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ସାହୁ ଦେଶ ଗଠନ ଓ ରାଜ୍ୟର ବିକାଶରେ କଂଗ୍ରେସର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ କଂଗ୍ରେସ ପକ୍ଷରୁ ଓଡିଶାରେ ହୋଇଥିବା ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲକୋ, ହୀରାକୁଦ ବନ୍ଧ, ପାରାଦ୍ୱୀପ ବନ୍ଦର, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ଯୁବକଙ୍କୁ କର୍ମ ନିଯୁକ୍ତି ଦେବାରେ କଂଗ୍ରେସର ସ୍ୱର୍ଣ୍ଣିମ ଅତୀତ ରହିଥିବା ପ୍ରକାଶ କରିଥିଲେ। ଏହି ଅବସରରେ କର୍ମୀମାନେ ଦଳୀୟ ସଂଗୀତ ସହ ଜାତୀୟ ସଂଗୀତ ଗାନ କରି ଦଳକୁ ସଂଗଠିତ କରିବାକୁ ସଂକଳ୍ପ ନେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାଏକ, ଏସଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ଏସସି ସେଲ ସଭାପତି ମଞ୍ଜୁଳ ନାଏକ, ପୂର୍ବତନ ପୌର ଉପାଧ୍ୟକ୍ଷ ବସନ୍ତ କୁମାର ମିଶ୍ର, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ବିକାଶ ଖଡିରତ୍ନ, ମିଡ଼ିଆ ସେଲ ସଂଯୋଜକ ପଞ୍ଚୁ ଲାଲ ବରାଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।