ପଂଜାବରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ର ଉପରେ ପୋଲିସ ସହିତ କେନ୍ଦ୍ରୀୟ ବଳର ଯବାନମାନେ ମୁତୟନ ଅଛନ୍ତି । ପୋଲିଂ ବୁଥ ଆଖପାଖ ଅଞ୍ଚଳରେ ୧୪୪ଧାରା ଲାଗୁ କରିଦିଆଯାଇଛି ।
ସେହିପରି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ୩ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୫୯ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଏହି ପର୍ଯ୍ୟାୟରେ ମୋଟ ୬୨୭ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କୁ ୨.୧୫ କୋଟି ମତଦାତା ଭୋଟ ଦେବେ । ଆଜି ହାଥରସ, ଫିରୋଜାବାଦ, ଏଟା, କାସଗଂଜ, ମେନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରିୟା, କାନପୁର (ଗାମିଣ), କାନପୁର (ନଗର), ଜାଲୌନ, ଝାନସୀ, ଲଲିତପୁର-ହମୀରପୁର ଓ ମହୋବା ଆସନରେ ମତଦାନ ହେଉଛି ।