ରୁଷିଆ-ୟୁକ୍ରେନ୍ ବିବାଦ: ବୁଖାରେଷ୍ଟରୁ ୨୫୦ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ୨ୟ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ୩ୟ ଦିନରେ ଆକ୍ରମଣ କରିଛି। ଆମେରିକାର ଦାବି ଯେ, ରୁଷିଆର ସେନା ୟୁକ୍ରେନ୍‌ର ରାଜଧାନୀ ‘କିଭ୍‌’ ଠାରୁ ମାତ୍ର ୩୦କିମି ଦୂରରେ ରହିଛି। ଏହାରି ମଧ୍ୟରେ ଆମେରିକା ପରେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ୟୁକେନକୁ ସେନା ସହାୟତା ଦେବାକୁ ଘୋଷଣା କରିଛି। ଜର୍ମାନୀ ଆଣ୍ଟି ଟ୍ୟାଙ୍କ ମିସାଇଲ ଓ ଆକାଶରୁ ମାରିପାରୁଥିବା ମିସାଇଲ ଦେବ। ୟୁକ୍ରେନ୍‌ରୁ ଭାରତୀୟ ନାଗରିକମାନଙ୍କୁ ନେଇ ଏକ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଏହି ବିମାନରେ ୨୫୦ ଜଣ ଭାରତୀୟ ନାଗରିକ ଦିଲ୍ଲୀ ଆସିଛନ୍ତି।

ୟୁକ୍ରେନ୍ ଉପରେ ଆକ୍ରମଣକୁ ବିଶ୍ୱର ଜନତା ରୁଷିଆକୁ ବିରୋଧ କରୁଛନ୍ତି। ଏବେ ଲୋକେ ରୁଷିଆକୁ ବିରୋଧ କରୁଛନ୍ତି। ଆମେରିକାରେ ବାର ଓ ମଦ ଦୋକାନରେ ମଧ୍ୟ ରୁଷିଆ ସରକାରଙ୍କୁ ତୀବ୍ର ବିରୋଧ ହେଉଛି। ୟୁକ୍ରେନ୍‌ରେ ଉତ୍ପାଦିତ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି। ଲିଥୁଆନିଆ, ଲାତାଭିୟା, ଏଷ୍ଟୋନିଆ ଓ ସ୍ଲୋଭେନିଆକୁ ରୁଷିଆ ବିମାନ ସେବା ବନ୍ଦ କରିଦେଇଛି। ଏହା ପୂର୍ବରୁ ଏହି ଦେଶଗୁଡ଼ିକ ରୁଷିଆକୁ ବିମାନ ଚଳାଚଳ ନେଇ ବନ୍ଦ ଘୋଷଣା କରିଥିଲେ।