ନାସିକରୁ ମୁମ୍ବାଇ କୃଷକଙ୍କ ରାଲି

ମୁମ୍ବାଇ,ଏଜେନ୍ସି: ନୂଆ କୃଷିଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିଲା ବେଳେ ମହାରାଷ୍ଟ୍ରର ୨୧ ଜିଲ୍ଲାର କୃଷକମାନେ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୦ କିଲୋମିଟର ରାଲି ଆରମ୍ଭ କରିଛନ୍ତି। ଏହି ରାଲି ସୋମବାର ମୁମ୍ବାଇରେ ପହଞ୍ôଚବ। ସେଠାରେ ଏକ ସଭା କରାଯିବ। ଏଥିରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଏନସିପି ରାଜ୍ୟ ସରକାରରେ ଅଂଶିଦାର ରହିଛି। ଗତ ଶନିବାର ନାସିକରେ ହଜାର ହଜାର କୃଷକ ଏକତ୍ରିତ ହୋଇଥିଲେ। ଏହା ପରେ ସେମାନେ ରାଲି ବାହାର କରିଛନ୍ତି। ନିଖିଳ ଭାରତ କିଷାନ ସଭା ବ୍ୟାନରରେ ଏହି ରାଲି ବାହାରିଛି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସମ୍ପର୍କରେ ପାୱାର କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ, ଯଦି କୃଷକଙ୍କ ସମସ୍ୟା ସମାଧାନ କରାନଯାଏ ତେବେ ଏହାର ପରିଣତି ଗୁରୁତର ହେବ। ସରକାର କୃଷକଙ୍କ ଧୈର୍ଯ୍ୟର ପରୀକ୍ଷା କରିବା ଉଚିତ୍ ନୁହେଁ।