ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଗୋରାସେତୁର ବିଏସଏଫ୍ ଜବାନମାନେ ମାଟିଖାଲ ନିକଟସ୍ଥ ଜଙ୍ଗଲରୁ ଆଜି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି। ବିଏସଏଫ୍ ୯ମ ବାଟାଲିୟନ ଓ ଯୋଡାମ୍ବ ପୁଲିସ ମିଳିତ ଭାବେ କୁମ୍ବି ଅପରେସନ କରୁଥିବା ବେଳେ ଗୋରାସେତୁ ଅଞ୍ଚଳରେ ମାଟି ତଳେ ପୋତା ହୋଇଥିବା ମାଓ ସାମଗ୍ରୀ ମିଳିଥିଲା। ଲ୍ୟାଣ୍ଡମାଇନ୍ ପାଇଁ ବ୍ୟବହୃତ ତାର, ସାବୁନ୍ ଖୋଳରେ ପ୍ୟାକିଙ୍ଗ ବୋମା, ମାଓ ପୁସ୍ତକ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।