୨୦୨୪ରେ ନରେନ୍ଦ୍ର ମୋଦୀ ହିଁ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ନରେନ୍ଦ୍ର ମୋଦୀ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଏନେଇ ପାଟଣାରେ ଆୟୋଜିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ମୋଦୀଙ୍କ ଅବସରକୁ ନେଇ ଯେଉଁ ଗୁଜବ ସୃଷ୍ଟି ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ୨୦୨୪ରେ ବିଜେପି ଓ ଜେଡିୟୁ ମିଶି ନିର୍ବାଚନ ଲଢ଼ିବ ବୋଲି ଶାହ କହିଛନ୍ତି ।

ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଜଣେ କଶ୍ମୀରୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ତ୍ରିରଙ୍ଗା ସମସ୍ତ ସଦସ୍ୟଙ୍କୁ ବଣ୍ଟା ଯାଇଥିଲା । ଏହା ଜରିଆରେ ୩୭୦ ହଟିବା ପରେ କଶ୍ମୀରୀଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିବା ନେଇ ବାର୍ତ୍ତା ଦିଆଯାଇଥିଲା ।