ଭାରତ-ୱେଷ୍ଟଇଣ୍ଡିଜ୍ ୨ୟ ଟି-୨୦ ଆଜି, ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୨ୟ ମୁକାବିଲା ଆଜି ହେବ । ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ସେଣ୍ଟ କିଟ୍ସର ୱାର୍ଣ୍ଣର ପାର୍କରେ ଏହି ମ୍ୟାଚ ଖେଳାଳିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨ୟ ମୁକାବିଲାରେ ବିଜୟ ହାସଲ କରିବାକୁ ଚାହିଁବ । କିନ୍ତୁ ଘରୋଇ ଦଳକୁ ଭାରତ ହାଲୁକାରେ ନେବ ନାହିଁ । ଅନ୍ୟପଟରେ ୱେଷ୍ଟଇଣ୍ଡିଜର ଯୁବ କ୍ରିକେଟ ଟିମ୍ ମଧ୍ୟ ମଜବୁତ ଥିବାରୁ ଫର୍ମକୁ ଫେରିବାକୁ ଉଦ୍ୟମ କରିବ । ତେବେ ପ୍ରଥମ ମୁକାବିଲାରେ ଭାରତ ଘରୋଇ ଦଳକୁ ୬୮ ରନ୍‌ରେ ପରାସ୍ତ କରିଥିବାରୁ ଦୃଢ଼ ମନୋବଳ ରଖିଛି ।

ବ୍ରାଏନ ଲାରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ହିରୋ ସାଜିଥିଲେ । ସେ ବ୍ୟକ୍ତିଗତ ଭାବେ ୬୪ ରନ୍ ସଂଗ୍ରହ କରିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ୍ କରିଥିଲା । ଜବାବରେ ଘରୋଇ ଦଳ ୮ୱିକେଟ ହରାଇ ୧୨୨ ରନ୍‌ରେ ଅଟକି ଯାଇଥିଲା । ଏବେ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।