ନୂଆଦିଲ୍ଲୀ, ସୀମାରେ ଯୁଦ୍ଧସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆମର କୌଣସି ବି ପୋଷ୍ଟ କାହା କବ୍ଜାରେ ନାହିଁ। ଆମ ସୀମାରେ କେହି ବି ଅନୁପ୍ରବେଶ କରିନାହାଁନ୍ତି। ଆମ ଦେଶର ଇଞ୍ଚେ ଜମି ଉପରେ କେହି ଆଖି ପାକାଇ ପାରିବେନି। ଲଦାଖରେ ଆମର ୨୦ ଯବାନ ସହିଦ୍ ହୋଇଛନ୍ତି। ସହିଦ୍ ପରିବାରକୁ ଏ ଦେଶ ପ୍ରଣାମ ଜଣାଉଛି। ସେ ଆହୁରି କହିଛନ୍ତି, ଗତ କିଛିବର୍ଷ ହେଲା ସରକାର ସୀମାରେ ବ୍ୟାପକ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ଏହାଫଳରେ ଯେଉଁ ଅଞ୍ଚଳଗୁଡିକରେ ପ୍ରହରା ଦେଇ ହେଉନଥିଲା ଏବେ ଯବାନମାନେ ପ୍ରହରା ଦେଉଛନ୍ତି। ତିନି ସେନାର ଆବଶ୍ୟକତା ପୂରଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣାଯାଉଛି। ଦେଶର ସୁରକ୍ଷା ପାଇଁ ସେନା ଯାହା କରିବା ଆବଶ୍ୟକ ତାହା କରୁଛି ।