୧୭ତାଲିବାନ ଆତଙ୍କବାଦୀ ନିହତ, ୨୦ ଆହତ

ଆଫଗାନିସ୍ତାନ,ଏଜେନ୍ସି: ଗୁରୁବାର ରାତିରେ ଆଫଗାନିସ୍ତାନ ସେନା ଆକ୍ରମଣରେ ୧୭ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ସରୋଜାଇ ଜିଲ୍ଲାର ପକ୍ତିକା ଅଞ୍ଚଳରେ। ତେବେ ଆହତ ଆତଙ୍କୀଙ୍କ ମଧ୍ୟରୁ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେନା ଓ ଆତଙ୍କୀଙ୍କ ସଂଘର୍ଷରେ ଜଣେ ଆଫଗାନିସ୍ତାନ ସେନା ଯବାନ ସହିଦ୍ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।