କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ‘ନରସିଂହ ବିଷ୍ଣୁପ୍ରିୟା’ ଟ୍ରଷ୍ଟ

ଝାରସୁଗୁଡା,ଏନ୍ଏନ୍ଏସ୍: ‘ନରସିଂହ ବିଷ୍ଣୁପ୍ରିୟା’ ଟ୍ରଷ୍ଟ ପକ୍ଷରୁୁ କୋଭିଡ଼ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଆଜି ଝାରସୁଗୁଡା ପୌରାଞ୍ଚଳରେ କାମ କରୁଥିବା ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଓ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଯୋଗ ଦେଇଥିଲେ। ଏହି ଅଙ୍ଗନବାଡି କର୍ମୀମାନେ କରୋନା କାଳରେ ଘରକୁ ଘର ବୁଲି ଲୋକଙ୍କୁ ସତର୍କ କରିଥିଲେ। ଯାହାଫଳରେ ଲୋକେ ନିଜକୁ କରୋନା କବଳରୁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ। ତେଣୁ କରୋନା କାଳରେ ଏମାନଙ୍କର କାମ ଓ ସେବା ଅତୁଳନୀୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏବଂ ବିଧାୟକ ଶ୍ରୀ ମହାନ୍ତି କହିଥିଲେ।

ଏହି ଅବସରରେ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟର ଟ୍ରଷ୍ଟି ସୁଶ୍ରୀ ଦୀପାଲି ଦାସ, ଝାରସୁଗୁଡା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ବଲବିନ୍ଦର କୌର, ଅନନ୍ଦିନୀ ପାଢ଼ୀ, ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ହରିଷ ଗଣତ୍ରା , ରଘୁମଣି ପଟେଲ, ପି ରାମ ମୋହନ ରାଓ, ସୂର୍ଯ୍ୟକାନ୍ତି ମହାପାତ୍ର, ରୁବିନା ଖାଁ, ରଜନୀ ପାଣ୍ଡେ, ମାନସୀ ପଣ୍ଡା, ଗୀତାଞ୍ଜଳି କୁସୁମ, ସୁଶୀଳା ସେଠ, ପୁଷ୍ପା ନେଟି, ବେଳା ଥାପା, ସଂଗୀତା ଖାଲକୋ ଓ ତାପସ୍ୱିନୀ ଲରିଆ ପ୍ରମୁଖ ଉପସ୍ଥିତ ଥିଲେ।