ମଧୂସୁଦନ ଛକ ରେଲୱେ ବ୍ରିଜରେ ଲାଗିଲା ଗାର୍ଡର

ଝାରସୁଗୁଡା,ବ୍ରଜରାଜନଗର,ଏନ୍ଏନ୍ଏସ୍: ବ୍ରଜରାଜନଗର ଜନ ସାଧାରଣଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଆଜି ପୂରଣ ହୋଇଛି। ମଧୁସୁଦନ ଛକ ରେଳ ବ୍ରିଜର ଉଭୟ ପାଶ୍ୱର୍ରେ ଆଜି ୫ ଟି ଗାର୍ଡର ଲଗାଯାଇଛି। ଏହି ଗାର୍ଡର ଗୁଡ଼ିକ ବ୍ରିଜ ଉପରେ ପକାଯିବା ପାଇଁ ହାୱଡା-ମୁମ୍ବାଇ ରେଳପଥକୁ ୫ ଘଣ୍ଟା ପାଇଁ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା। ଫଳରେ ମାଲବାହୀ ଟ୍ରେନ ଓ ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ବିଳାସପୁର ରେଳ ଡିଭିଜନର ମୁଖ୍ୟଯନ୍ତ୍ରୀ ଡିଆର ତେମ୍ବୁର୍ଣ୍ଣେ, ଉପମୁଖ୍ୟ ଯନ୍ତ୍ରୀ ଅର୍ପିତ ସରଣ, ରାୟଗଡ଼ ରେଳଷ୍ଟେସନ ଅଧିକାରୀ, ଝାରସୁଗୁଡ଼ା ରେଳ ଷ୍ଟେସନର ଅଧିକାରୀ ସୁନୀଲ କୁମାର ଜୈନ ଓ ବ୍ରଜରାଜନଗର ରେଳ ଷ୍ଟେସନର ଅଧିକାରୀ ସିଭିଲ ଇଂଜିନିୟର ନିର୍ମଳ କରଜୀ, ଏଆରଏମ ଡଃ ପିୟୁଷ ଲହରେ, ମୁଖ୍ୟ ଡିଟିଆଇ ଦେବେନ ପାଣିଗ୍ରାହୀ ରେଲୱେ ଇଞ୍ଜିନିୟର ଅଜୟ କୁମାର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂପୁର୍ଣ୍ଣ ହୋଇଛି।