ବୃନ୍ଦାବନ କଲୋନୀରେ ୨ ଦିନରେ ୧୧ ପଜିଟିଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍:ଝାରସୁଗୁଡ଼ାସ୍ଥିତ ବୃନ୍ଦାବନ କଲୋନୀକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହି କଲୋନୀରେ ଗତକାଲି ୫ ଜଣ ଓ ଆଜି ୬ ଜଣ ମୋଟ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଜି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ବୃନ୍ଦାବନ କଲୋନୀ ଅଞ୍ଚଳକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛି । ଅଞ୍ଚଳବାସୀଙ୍କୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ବୋଲି କୁହାଯାଇଛି। ବୃନ୍ଦାବନ କଲୋନୀର ସି-୧ ଲେନ ଆରମ୍ଭରୁ ସି-୨ ଲେନ ଶେଷ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ବି-୧ ବିୟୁଟିପାର୍ଲର ସମ୍ମୁଖରୁ ବି-୩ ପିପି ମୋଟରର୍ସ ଓ ବି-୪ ଲେନ-୧ ଶେଷ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି।